ଓଡିଶା

odisha

ETV Bharat / videos

Berhampur Couple Saga: ରାୟ ପ୍ରକାଶ ପରେ ତପସ୍ବିନୀଙ୍କ ଆଖିରୁ ଝରି ଆସିଲା ଖୁସିର ଲୁହ - କୋର୍ଟଙ୍କ ରାୟ ପରେ ଭାବବିହ୍ୱଳ ହେଲେ ତପସ୍ବିନୀ

By

Published : Jan 4, 2022, 5:58 PM IST

ବ୍ରହ୍ମପୁର: ଦୀର୍ଘ ଧରି ନ୍ୟାୟ ପାଇଁ ଅପେକ୍ଷା କରିବା ପରେ ଶେଷରେ ସଫଳ ହୋଇଛି ତପସ୍ବିନୀଙ୍କ ତପସ୍ୟା । ତପସ୍ବିନୀଙ୍କ ସପକ୍ଷରେ ରାୟ ପ୍ରକାଶ କରିଛନ୍ତି ବ୍ରହ୍ମପୁର ଜିଲ୍ଲା ଦୌରା ଜଜ୍‌ କୋର୍ଟ । ଏହାପରେ ଖୁସିରେ ଭାବବିହ୍ୱଳ ହୋଇ ପଡ଼ିଛନ୍ତି ତପସ୍ବିନୀ । ଶେଷରେ ସେ ତାଙ୍କ ଶ୍ବଶୂର ଘରେ ନିଜ ସ୍ବାମୀଙ୍କ ସହ ରହି ପାରିବେ । ତା ସହିତ ପ୍ରତି ମାସ ୧୦ ତାରିଖ ସୁଦ୍ଧା ତପସ୍ବିନୀଙ୍କୁ ୧୭ ହଜାର ଟଙ୍କା ଦେବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଜିଲ୍ଲା ଦୌରା ଜଜ୍‌ କୋର୍ଟ । ଟଙ୍କା ପାଇବା ପରେ ରସିଦ ଲେଖିବେ ତପସ୍ବିନୀ । ଏହାସହ ରାୟ ପ୍ରକାଶ ପରେ ତପସ୍ବିନୀଙ୍କ ଆଖିରୁ ଝରି ଆସିଲା ଖୁସିର ଲୁହ । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details