ନିରଞ୍ଜନଙ୍କୁ ଆକ୍ରମଣ ଘଟଣା: 24 ଘଣ୍ଟାରେ ଆକ୍ସନ ନ ନେଲେ ନବୀନଙ୍କ ଗାଡିକୁ ଆକ୍ରମଣ କରିବ କଂଗ୍ରେସ - ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ବର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡିକୁ ଆକ୍ରମଣ ଘଟଣାରେ କଂଗ୍ରେସ ନେତା ସୁର ରାଉତରାୟ ଦେଲେ ୨୪ ଘଣ୍ଟାର ମହଲତ୍ । ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ସୁର କହିଛନ୍ତି ଯେ, ୨୪ଘଣ୍ଟା ମଧ୍ୟରେ ଦୋଷୀଙ୍କୁ ଗିରଫ କରା ନଗଲେ ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଆକ୍ରମଣ କରାଯିବ । କଂଗ୍ରେସ ଆଇନକୁ ହାତକୁ ନେବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଟ୍ବିଟରରେ ଜଣାଇଛନ୍ତି ଯେ ଏହି ଆକ୍ରମଣ ବିଜେପି ଯୁବମୋର୍ଚ୍ଚା କର୍ମୀ ମାନେ କରିଛନ୍ତି । ଦୋଷୀଙ୍କୁ ତୁରନ୍ତ ଗିରଫ ପାଇଁ ଦାବି ମଧ୍ୟ କରିଛନ୍ତି । ସେପଟେ ଏହାର ଜବାବ ରଖିଛି ବିଜେପି । ବିଜେପି ସାଧାରଣ ସମ୍ପାଦକ ପୃଥିରାଜ୍ ହରିଚନ୍ଦନ କହିଛନ୍ତି ଯେ, ରାଜନୈତିକ ହିଂସା କେବେ ମଧ୍ୟ ଗ୍ରହଣୀୟ ନୁହେଁ, ଏହାକୁ ନିନ୍ଦା କରିବା ଦରକାର । ବିଜେପି କେବେ ହିଂସାକାଣ୍ଡରେ ବିଶ୍ୱାସ କରେନି । ବିଜେପି ସହ ନିଷ୍ଠାର ସହ ଜଡିତ କୌଣସି ବ୍ୟକ୍ତି ଏଭଳି ହିଂସାକାଣ୍ଡ କରିବେ ନାହିଁ ।