ଓଡିଶା

odisha

ETV Bharat / videos

ସ୍କୁଲ ଯିବାକୁ କୋଦାଳ ଧରିଲେ ଛାତ୍ରଛାତ୍ରୀ; ନିଜ ହାତରେ ସମତୁଲ କଲେ ଖାଲଢିପ ରାସ୍ତା - ଖାଲଢିପ ରାସ୍ତା ସମତୁଲ କଲେ ସ୍କୁଲ ପିଲା

By

Published : Feb 23, 2021, 4:47 PM IST

ମାଲକାନଗିରି: ସ୍କୁଲ ଯିବାକୁ ଭଲ ରାସ୍ତା ନ ଥିବାରୁ ଦିନେ ହାତରେ କୋଡି କୋଦାଳ ଧରି ରାସ୍ତା ସମତୁଳ କରିଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ । ସେବେର ସମୟ ଓ ଆଜି ମଧ୍ୟରେ ବେଶ ତାରତମ୍ୟ ଆସିଛି । ବିକାଶ ପଥରେ ଅଗ୍ରଗତି ହେଉଥିବାର ରାଜ୍ୟର ପ୍ରତି ଗାଁକୁ ସଡକ ଯୋଗାଇବାକୁ ବଜେଟରେ କୋଟି କୋଟି ଟଙ୍କା ବ୍ଯୟବରାଦ କରାଯାଉଛି । ହେଲେ ପରିବର୍ତ୍ତିତ ସମୟରେ ଅପରିବର୍ତ୍ତିତ ରହିଛି ଛୋଟ ମଧୁସୂଦନଙ୍କ ସେହି ରାସ୍ତା ତିଆରି କାମ । ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ଦୁର୍ଗମ ପାଡାଲପୁଟ ଗାଁର କୁନି କୁନି ପିଲା ନିଜ ହାତରେ ମାଟି ରାସ୍ତାକୁ ମରାମତି କରିଛନ୍ତି ।

ABOUT THE AUTHOR

...view details