ଓଡିଶା

odisha

ETV Bharat / videos

ମନୋବଳକୁ ଦୃଢ କରିବା ସଫଳତାର ମୂଳମନ୍ତ୍ର: ଆଇଏଏସ ସଞ୍ଜିତା ମହାପାତ୍ର - Sanjita Mohapatra

By

Published : Aug 4, 2020, 7:10 PM IST

ଭୁବନେଶ୍ବର: ପ୍ରକାଶ ପାଇଛି ୟୁନିୟନ ପବ୍ଲିକ ସର୍ଭିସ କମିଶନ ବା ୟୁପିଏସସି-2019 ରେଜଲ୍ଟ । ଏହି ପରୀକ୍ଷାରେ ହରିୟାଣାର ପ୍ରଦୀପ ସିଂ ଟପ୍ପର ହୋଇଛନ୍ତି । ଚଳିତ ବର୍ଷ ମୋଟ 829 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ଓଡିଆ ପୁଅ ଝିଅ ମଧ୍ୟ ଏଥିରେ ପଛରେ ନାହାଁନ୍ତି । ଟପ୍ 10‌ରେ 2 ଜଣ ଓଡିଆଙ୍କ ନାଁ ରହିଛି । ଅଷ୍ଟମ ସ୍ଥାନରେ ଓଡିଶାର ଅଭିଷେକ ସରାଫ ଆଉ ଦଶମ ସ୍ଥାନରେ ରହିଛନ୍ତି ଓଡିଶା ରାଉରକେଲାର ସଞ୍ଜିତା ମହାପାତ୍ର। ତେବେ ଇଟିଭି ଭାରତର ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଦଶମ ସ୍ଥାନରେ ଥିବା ଆଇଏଏସ ସଞ୍ଜିତା କହିଛନ୍ତି ଯେ, "ଆଇଏଏସ ହେବା ସ୍ବପ୍ନ ଛୋଟ ବେଳୁ ତାଙ୍କର ଥିଲା । ଆଉ ଏହି ସ୍ବପ୍ନକୁ କେବେ ବି ସେ ଅଧାରେ ଛାଡି ନାହାଁନ୍ତି । ଜୀବନରେ ଅନେକ ବାଧାବିଘ୍ନ ଆସିଛି ଅନେକ ପ୍ରେସର ମଧ୍ୟରେ ଗତି କରିଛନ୍ତି, ହେଲେ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇ ନାହାଁନ୍ତି ସେ । ମନୋବଳକୁ ଦୃଢ଼ ରଖି ଲକ୍ଷରେ ପହଞ୍ଚିବାକୁ ଚେଷ୍ଟା କରିଛନ୍ତି । ଯେଉଁଠି ଯେତେବେଳେ ମନୋବଳ ଟିକିଏ ହଲଚଲ ହୁଏ, ସେତେବେଳେ ତାଙ୍କ ସ୍ବାମୀ ଓ ପରିବାରର ସଦସ୍ୟମାନେ ତାଙ୍କୁ ସମ୍ଭାଳି ନିଅନ୍ତି । ନିଜ ସ୍ବାମୀ ଓ ପରିବାର ତାଙ୍କ ପାଇଁ ଏକ ବଡ଼ ସପୋର୍ଟ ବୋଲି ସେ କୁହନ୍ତି ।

ABOUT THE AUTHOR

...view details