ରଥଯାତ୍ରାକୁ ନେଇ ସନ୍ଦେହ ଦୂର କରନ୍ତୁ ରାଜ୍ୟ ସରକାର: ବିଜେପି - suspicion of rath yatra
ଭୁବନେଶ୍ବର: ରଥଯାତ୍ରା ହେବ କି ନାହିଁ ତାକୁ ନେଇ ସନ୍ଦେହ ପ୍ରକଟ କରିଛ ବିଜେପି । ଜୁନ 23ରେ ରଥଯାତ୍ରା । ତେବେ ରଥଯାତ୍ରା ହେବ କି ନାହିଁ ସେନେଇ ଆଶଙ୍କା ସୃଷ୍ଟି କରିଛନ୍ତି ରାଜ୍ୟ ସରକାର । ରଥଯାତ୍ରାକୁ ନେଇ କୈଣସି ସ୍ପଷ୍ଟ ଚିତ୍ର ଦେଉନାହାଁନ୍ତି । ରାଜ୍ୟ ସରକାର ନିଷ୍ପତ୍ତି ନିଅନ୍ତୁ ରଥଯାତ୍ରା ହେବ କି ନାହିଁ । ରଥଯାତ୍ରା ହେବାକୁ ନେଇ ଥିବା ଏମିତି କିଛି ଆଶା ଆଶଙ୍କାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଛି ବିଜେପି ।