ସମାଜସେବୀରୁ ଯୁବ ପ୍ରାର୍ଥୀ, ଜାଣନ୍ତୁ ସରପଞ୍ଚ ପ୍ରାର୍ଥୀ ଚିତ୍ତ ରଞ୍ଜନଙ୍କ ଆକ୍ସନ୍ ପ୍ଲାନ - ରାଜସୁନାଖଳା ସରପଞ୍ଚ ପ୍ରାର୍ଥୀଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର
ନୟାଗଡ଼: ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି । ରାଜ୍ୟ ରଜାନୀତି ଓ ରାଜନେତାଙ୍କୁ ଚର୍ଚ୍ଚା ସେତେ ଜୋର ଧରିବାରେ ଲାଗିଛି । ଏଇ ଯେମିତି ଏବେ ରାଜସୁନାଖଳା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଚିତ୍ତ ରଞ୍ଜନ ପ୍ରଧାନ ଏବେ ଟ୍ରେଣ୍ଡିଂରେ ରହିଛନ୍ତି । ଏହି ୨୬ ବର୍ଷୀୟ ସରପଞ୍ଚ ପ୍ରାର୍ଥୀ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ପଞ୍ଚାୟତ ସରପଞ୍ଚ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି l ଚିତ୍ତ ରଞ୍ଜନ ରାଜସୁନାଖଳା ଜୋନ୍ରେ ସବୁଠାରୁ କମ୍ ବୟସ୍କ ପ୍ରାର୍ଥୀ l କୋରୋନା ଭଳି ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଗରିବ, ଅସହାୟ, ନିଷ୍ପେସିତଙ୍କୁ ସେବା ଯୋଗାଇଥିଲେ l ତା ସହିତ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରି ଅନେକ ଲୋକଙ୍କ ଚିକିତ୍ସା କରାଇଛନ୍ତି । ସେ ରାଜସୁନାଖଳାରେ ରାଜ୍ୟସ୍ତରୀୟ ମହୋତ୍ସବ, ତ୍ରିରଙ୍ଗା ଶୋଭାଯାତ୍ରା ଆଦି କରି ଚର୍ଚ୍ଚାକୁ ଆସିଥିଲେ l ସରପଞ୍ଚ ହୋଇ ରାଜସୁନାଖଳା ପଞ୍ଚାୟତକୁ ଜିଲ୍ଲାରେ ନମ୍ବର ୱାନ୍ କରିବାର ସ୍ବପ୍ନ ଦେଖିଛନ୍ତି l କୋଟଗଡ଼ ଗାଁକୁ ନେଟୱାର୍କ ସେବା ଯୋଗାଇବା ସହ ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଲଢେଇ କରିବେ ବୋଲି କହିଛନ୍ତି l ଏଭଳି କିଛି ପ୍ରସଙ୍ଗକୁ ନେଇ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ନୟାଗଡ଼ ପ୍ରତିନିଧି ଜୟେନ୍ଦ୍ର ବେହେରା l