ଓଡିଶା

odisha

ETV Bharat / videos

ବିଧାନସଭା ସମ୍ମୁଖରେ ହାଇଡ୍ରାମା; ମା' ବେକରେ ଛୁରୀ ଲଗାଇଲା ପୁଅ - Bhubaneswar news

By

Published : Oct 1, 2020, 2:32 PM IST

ଭୁବନେଶ୍ବର: ବିଧାନସଭା ସମ୍ମୁଖରେ ଯୁବକଙ୍କ ହାଇଭୋଲଟେଜ ଡ୍ରାମା । କଡା ସୁରକ୍ଷା ସତ୍ତ୍ବେ ମା' ବେକରେ ଛୁରୀ ଲଗାଇଲା ପୁଅ । ବର୍ତ୍ତମାନ ରାଜଧାନୀ ଭୁବନେଶ୍ବରରେ ବିଧାନସଭା ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଗାନ୍ଧୀ ମାର୍ଗରେ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ହେଲେ କଡା ସୁରକ୍ଷା ସତ୍ତ୍ବେ ଯୁବକଙ୍କ ଏଭଳି ଅଦ୍ଭୁତ କାଣ୍ଡ ଦେଖିବାକୁ ମିଳିଥିଲା । ନୟାଗଡ଼ ଦଶପଲ୍ଲାର ଯୁବକ ଜିତେନ୍ଦ୍ର ପାଲ ତାଙ୍କ ମା' ଝରଣାଙ୍କ ବେକରେ ଛୁରୀ ମାଡ଼ କରି ମାରି ଦେବାକୁ ଉଦ୍ୟମ କରିଥିଲେ । ଘଟଣାକୁ ନେଇ ଗାନ୍ଧୀ ମାର୍ଗରେ ଟ୍ରାଫିକ ଜାମ ହେବା ସହ ଯୁବକଙ୍କୁ କାବୁ କରିବାକୁ ନାକେଦମ ହୋଇପଡିଥିଲା ପୋଲିସ । ତେବେ ଦୀର୍ଘ ସମୟର ସଂଘର୍ଷ ପରେ ଶେଷରେ ପୋଲିସ ଯୁବକକୁ କାବୁ କରିଛି । ପୁଅକୁ କାବୁ କରିବା ପରେ ମା' ଝରଣା ପୁଅ ଦେହକୁ କେହି ଅଦୃଶ୍ୟ ଶକ୍ତି ପ୍ରବେଶ କରୁଥିବା କଥା କହିଛନ୍ତି । ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details