ଓଡିଶା

odisha

ETV Bharat / videos

କୋରୋନା ପ୍ରତିରୋଧୀ ଔଷଧ ପ୍ରସ୍ତୁତିରେ ରାୟଗଡାର ପୁଅ - କୋରୋନା ସଂକ୍ରମଣ

By

Published : Jul 20, 2020, 2:49 PM IST

ରାୟଗଡା: ବିଶ୍ବରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ସେଥିପାଇଁ ଜାରି ହୋଇଛି ଅନେକ କଟକଣା । ତଥାପି କେହି ରୋକି ପରିନାହାନ୍ତି ଏହି ମହାମାରୀକୁ । ବଡ ବଡ ଦେଶ ମଧ୍ୟ ଏହାକୁ ମୁକାବିଲା କରିବା ହୋଇଛନ୍ତି ବିଫଳ । ଏହାର ଏକମାତ୍ର ସମାଧାନ ହେଉଛି ପ୍ରତିଷେଧକ ଔଷଧ । ତେଣୁ ପ୍ରତିଷେଧକ ପ୍ରସ୍ତୁତରେ ଲାଗିପଡିଛନ୍ତି ଅନେକ ଦେଶ । ଏହି ଔଷଧ ପ୍ରସ୍ତୁତିରେ ବିଦେଶରେ ସାମିଲ ହୋଇଛନ୍ତି ଓଡିଶାର ପୁଅ ଆଦିତ୍ୟ କୁମାର ପାଢୀ । ଜାପାନରେ କାର୍ଯ୍ୟରତ ଆଦିତ୍ୟ ୟୁମିଫେନୋଭିର ଔଷଧର ପ୍ରଭାବକୁ ନେଇ ଗବେଷଣା ଜାରି ରଖିଛନ୍ତି । ଇନଫୁଏନଜା ଔଷଧ ୟୁମିଫେନୋଭିର ଗବେଷଣା ଟିମର ସଦସ୍ୟ ରୂପେ ଔଷଧର ବ୍ୟବହାରିକ ପ୍ରୟୋଗରେ ନିଜର ଯୋଗଦାନ ଦେଇଛନ୍ତି । ତେବେ ଏହି ଔଷଧ କୋରୋନା ରୋଗୀଙ୍କ ସ୍ବାସ୍ଥ୍ୟରେ ସକାରତ୍ମକ ପ୍ରତିକ୍ରିୟା ସୃଷ୍ଟି କରିଥିବାରୁ ଏହା ମହାମାରୀ ଚିକିତ୍ସା ପାଇଁ ଫଳପ୍ରଦ ହେବ ବୋଲି ସେ କରିଛନ୍ତି ଆଶା ।

ABOUT THE AUTHOR

...view details