ଜାଡମାଡରେ ଘାଇଲା ପଶ୍ଚିମ ଓଡିଶା, ସୁବର୍ଣ୍ଣପୁରରେ ସ୍ଥିତି ସଙ୍ଗୀନ - cold wave in Subarnapur
ସୁବର୍ଣ୍ଣପୁର: ଅସହ୍ୟ ଶୀତରେ ଥରୁଛି ଓଡି଼ଶା । ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ ଲହରୀ ଜାରି ରହିଛି । ଏପରିକି ରାଜ୍ୟର 12ଟି ସହରର ତାପମାତ୍ରା 10 ଡିଗ୍ରୀ ତଳେ ରହିଛି । ଏପଟେ 12ଟି ସହରର ତାପମାତ୍ରା 10 ଡିଗ୍ରୀ ତଳେ ଥିବାବେଳେ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ କୋହଲା ପବନ ପ୍ରବାହିତ ହେବ ବୋଲି ପାଣିପାଗ ବିଭାଗ କହିଛି । ପ୍ରବଳ ଥଣ୍ଡା ଯୋଗୁଁ ଅନେକ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।