ମା' ଶାରଳାଙ୍କ ମନ୍ଦିରରେ 144 ଜାରି - Covid protocol
ଜଗତସିଂହପୁର: ପ୍ରମୁଖ ଶକ୍ତି ପୀଠ ମା’ ଶାରଳାଙ୍କ ମନ୍ଦିର ପରିସରରେ 144 ଧାରା ଜାରି। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି। ଏହାକୁ ନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପାର୍ବଣ ଯୋଗୁଁ ମା' ଶାରଳାଙ୍କ ମନ୍ଦିରରେ ଭିଡ ହେବାର ସମ୍ଭାବନା ଥିବାରୁ କୋଭିଡ ନିୟମର ଉଲ୍ଲଙ୍ଘନ ହେବାର ସମ୍ଭାବନା ରହିଛି। ତେଣୁ ମହାସପ୍ତମୀ, ମହାଷ୍ଟମୀ, ମହାନବମୀ ଓ ଦଶହରା ପର୍ଯ୍ୟନ୍ତ ମନ୍ଦିର ଓ ଏହାର 50 ମିଟର ପରିଧି ମଧ୍ୟରେ 144 ଜାରୀ କରାଯାଇଛି। ଏହି ସମୟରେ 4 ଜଣ ରୁ ଅଧିକ ଲୋକ ଯେପରି ଏକତ୍ର ନହେବେ ସେଥିପାଇଁ ପୋଲିସ ମୁତୟନ କରାଯାଇଛି। ଏଥିରେ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।