ହିନ୍ଦୀ ଓ ସଂସ୍କୃତ ଶିକ୍ଷୟିତ୍ରୀଙ୍କ ହାତରେ ଛାତ୍ରୀଙ୍କ ଭବିଷ୍ୟତ - ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ
ଖୋର୍ଦ୍ଧା : ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ । ଶିକ୍ଷାକୁ ସାର୍ବଜନୀନ କରାଇବା ନିମନ୍ତେ ସରକାର ସର୍ବଶିକ୍ଷା ଅଭିଯାନ ଯୋଜନା କାର୍ଯ୍ୟକାରୀ କରି ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରାଇବା ନିମନ୍ତେ ମାଗଣାରେ ପାଠ୍ୟ ପୁସ୍ତକ, ପୋଷାକ, ମଧ୍ୟାହ୍ନ ଭୋଜନ ଯୋଗାଇ ଦେଉଛନ୍ତି । ବିଦ୍ୟାଳୟକୁ ସର୍ବାଙ୍ଗସୁନ୍ଦର କରିବା ପାଇଁ ଗୃହ ନିର୍ମାଣ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ମଧ୍ୟ ଯୋଗାଇ ଦେଉଛନ୍ତି । କିନ୍ତୁ ଏପରିସ୍ଥଳେ ବୋଲଗଡ ବ୍ଲକ ଧଳାପଥର ଗ୍ରାମପଞ୍ଚାୟତ ଧଳାପଥର କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ଶିକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି ।