ଲକଡାଉନ୍ କଲା ସାବିତ୍ରୀ ବ୍ରତ ବଜାର ଡାଉନ - ସାବିତ୍ରୀ ବଜାର
ସମ୍ବଲପୁର: ଆସନ୍ତା 22ରେ ଆସୁଛି ସାବିତ୍ରୀ ବ୍ରତ । ପରମ୍ପରା ଅନୁଯାୟୀ ଏହି ତିଥିରେ ସଧବା ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଉପବାସ କରିବାର ପରମ୍ପରା ରହିଛି । ତେବେ ଆଗକୁ ଏହି ବ୍ରତ ଆସୁଥିବା ବେଳେ କୋରୋନା ଯୋଗୁଁ ଏହାର ସିଧା ପ୍ରଭାବ ପଡିଛି ସାବିତ୍ରୀ ବଜାର ଉପରେ । ଏହାର ଝଲକ ଦେଖିବାକୁ ମିଳିଛି ସମ୍ବଲପୁରର ପ୍ରମୁଖ ମାର୍କେଟ କୁହାଯାଉଥିବା ଗୋଲବଜାର ମାର୍କେଟରେ । ସାବିତ୍ରୀ ବ୍ରତ ପାଇଁ ଏଠି ଲକଡାଉନ ସତ୍ତ୍ବେ ଗହଳି ଦେଖିବାକୁ ମିଳିଛି । କାରଣ ଲକଡାଉନ ଯୋଗୁଁ ଏଥର ଫଳମୂଳ ଠାରୁ ଆରମ୍ଭ କରି ସାବିତ୍ରୀ ବ୍ରତ ପାଇଁ ଆବଶ୍ୟକ ହେଉଥିବା ସବୁ ପ୍ରକାର ସାମଗ୍ରୀର ଦର ଏଥର ବହୁତ ବଢିଯାଇଛି । ମୁଖ୍ୟତଃ ସମ୍ବଲପୁର ମାର୍କେଟକୁ ଏଥର ଏହି ସାମଗ୍ରୀ ସବୁ ଲକଡାଉନ ଯୋଗୁଁ ପର୍ଯ୍ୟାପ୍ତ ପରିମାଣରେ ଆସିନଥିବାରୁ ଦର ବଢିଛି ବୋଲି ବ୍ୟବସାୟୀ କହିଛନ୍ତି । ସମ୍ବଲପୁରରୁ ବାଦଶାହ ଜୁସମନ ରାଣା, ଇଟିଭି ଭାରତ