ଓଡିଶା

odisha

ETV Bharat / videos

ସାରୁଅ ଜମି ଦୁର୍ନୀତି ପ୍ରସଙ୍ଗ: ପଣ୍ଡା ଦମ୍ପତ୍ତିଙ୍କୁ ହାଇକୋର୍ଟଙ୍କ ଝଟକା - ପଣ୍ଡା ଦମ୍ପତ୍ତିଙ୍କୁ ମିଳିବନି ଅନ୍ତରୀଣ ସୁରକ୍ଷା

By

Published : Nov 20, 2020, 5:10 PM IST

କଟକ: ପଣ୍ଡା ଦମ୍ପତ୍ତିଙ୍କୁ ହାଇକୋର୍ଟଙ୍କ ଝଟକା। ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଜାଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ଆବେଦନକୁ ଆଗ୍ରାହ୍ୟ କରିଛନ୍ତି ଅଦାଲତ। ଉଭୟଙ୍କ ଅନ୍ତରୀଣ ସୁରକ୍ଷାକୁ ପ୍ରତ୍ୟାହାର କରି ନେଇଛନ୍ତି ହାଇକୋର୍ଟ। ତଦନ୍ତର ବର୍ତ୍ତମାନର ସ୍ଥିତିରେ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ଅଦାଲତ। ଗତ ୧୩ ତାରିଖରେ ହାଇକୋର୍ଟ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ଉଭୟଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଥିବା ହାଇକୋର୍ଟ କହିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ପକ୍ଷ ଲିଖିତ ବିବୃତି ଉପସ୍ଥାପନ କରିଥିଲେ।

ABOUT THE AUTHOR

...view details