ବିକାଶରୁ ବଞ୍ଚିତ ପର୍ଯ୍ୟଟନସ୍ଥଳୀର ଗନ୍ତାଘର ସମ୍ବଲପୁର - ବିଶ୍ବ ପ୍ରସିଦ୍ଧ ହୀରାକୁଦ ଡ୍ୟାମ
ସମ୍ବଲପୁର: ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହର । ପାହାଡ ଜଙ୍ଗଲ ଘେରା ପ୍ରାକୃତିକ ଶୋଭାରାଜିରେ ଭରପୂର ସହରର ଚତୁଃପାର୍ଶ୍ବ । ବିଶ୍ବ ପ୍ରସିଦ୍ଧ ହୀରାକୁଦ ଡ୍ୟାମ, ପ୍ରସିଦ୍ଧ ସମ୍ବଲେଶ୍ବରୀ ମନ୍ଦିର, ଘଣ୍ଟେଶ୍ବରୀ ମନ୍ଦିର, ହୁମାର ବକ୍ର ମନ୍ଦିର, ଗୁଦୁଗୁଦା ଜଳପ୍ରପାତ, ବାର ପାହାଡ ଜଙ୍ଗଲ, ବଡରମା ଅଭୟାରଣ୍ୟ, ଲେପ୍ଟ ଡାଇକ, ରାଇଟ ଡାଇକ, ଡେବ୍ରିଗଡ ଅଭୟାରଣ୍ୟ, ଯୁଜୁମରାର ଦେବଝରଣ ଭଳି ଜଳପ୍ରପାତ ଆଦି ରହିଛି । ହେଲେ ଦୁଃଖର ବିଷୟ ଜିଲ୍ଲାରେ ଏତେ ସୁନ୍ଦର ପର୍ଯ୍ୟଟନସ୍ଥଳୀ ଥାଇ ମଧ୍ୟ ଏଠାରେ ଜମୁନି ପର୍ଯ୍ୟଟକଙ୍କ ଭିଡ । ତେବେ ଜିଲ୍ଲାରେ ଥିବା ଏସବୁ ସ୍ଥାନର ବିକାଶ ଦିଗରେ ଧ୍ୟାନ ଦେଇ ଏକ ଟୁରିଜିମ ସର୍କିଟ କରାଯାଇପାରନ୍ତା, ତେବେ ଏ ଅଞ୍ଚଳ ଜାତୀୟ ତଥା ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇପାରନ୍ତା । ଏପରିକି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ସହ ରାଜସ୍ବ ବୃଦ୍ଧିରେ ବି ବେଶ ସହାୟକ ହୋଇପାରନ୍ତା । କେବଳ ସେତିକି ନୁହେଁ ଜିଲ୍ଲାରେ ହୋଟେଲ ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିକାଶ ହେଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୃଷ୍ଟି ଆଶଙ୍କାକୁ ବି ଏଡାଇ ଦିଆଯାଇନପାରେ ।