ପୁଲୱାମାକୁ ପୁରିଛି ବର୍ଷେ; ମନେପଡନ୍ତି ମନୋଜ - sahid manoj behera nilai
କଟକ: ଫ୍ରେବୁଆରୀ 14 । କଳା ଦିବସ । ପୁଲୱାମା ଘଟଣାକୁ ପୁରିଲା ବର୍ଷେ । ଏହି ଦିନରେ ଦେଶ ପାଇଁ ସହିଦ ହୋଇଯାଇଥିଲେ ଭାରତ ମାଟିର 40 ଯବାନ । ଯାହା ପାଇଁ ସାରା ଦେଶ କିଛି କ୍ଷଣ ପାଇଁ ସ୍ତବ୍ଧ ହୋଇଯାଇଥିଲା । ଏହି ସହିଦ ଯବାନ ମାନଙ୍କ ମଧ୍ୟରେ ଥିଲେ ନିଆଳି ଅଞ୍ଚଳର ମନୋଜ ବେହେରା । ଯାହାକୁ ନେଇ କାନ୍ଦିଥିଲା ସମଗ୍ର ଅଞ୍ଚଳ । କିନ୍ତୁ ସେହି ଲୁହ ଏବେବି ରହିଛି ତାଜା । କାରଣ ବୀର କେବେ ବି ମରେନି।