ଓଡିଶା

odisha

ETV Bharat / videos

‘ମା ହୁଅନ୍ତୁ କି ମୁଁ, ଯାହାକୁ ଦଳ ପ୍ରାର୍ଥୀ କରିବ ମିଶିକି କାମ କରିବୁ’

By

Published : Jan 28, 2021, 7:26 PM IST

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଉପନିର୍ବାଚନ ପାଇଁ ଦଳର ବରିଷ୍ଠ ନେତା ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଭାର ଦିଆଯାଇଛି । ଏପଟେ କିଏ ହେବ ପିପିଲିର ପ୍ରାର୍ଥୀ, ସେ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ସମୟରେ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, ବାପାଙ୍କ ଆଦର୍ଶରେ ମୁଁ ପିଲାବେଳୁ ଚାଲି ଆସିଛି । ଦଳ ଯାହାକୁ ବି ପ୍ରାର୍ଥୀ କରିବ ମୁଁ ସମର୍ଥନ କରିବି । ମା’ ହୁଅନ୍ତୁ କିମ୍ବା ମୁଁ, ଯାହାକୁ ଦଳ ପ୍ରାର୍ଥୀ କରୁ ମିଶିକି କାମ କରିବୁ । ଏହାସହ ଦଳ ପ୍ରାର୍ଥୀ କଲେ ପିପିଲି ମାଟିର ବିକାଶ କରିବି । ଯୁବପିଢିଙ୍କ ସାହାର୍ଯ୍ୟ କରିବି । ବୃଦ୍ଧଙ୍କ ସମସ୍ୟା ସମାଧାନ କରିବା ନେଇ ମତ ରଖିଛନ୍ତି ରୁଦ୍ର ମହାରଥି । ଏପଟେ ପୂର୍ବରୁ ମଧ୍ୟ ପିପିଲି ପ୍ରାର୍ଥୀ ନେଇ ପ୍ରଦୀପ ମହାରଥୀଙ୍କ ପତ୍ନୀଙ୍କ ନାଁ ନେଇ ଚର୍ଚ୍ଚା ହୋଇଥିଲା । ତେବେ ଏନେଇ ସମସ୍ତ ନିଷ୍ପତ୍ତି ଦଳର ସୁପ୍ରିମୋଙ୍କ ଉପରେ ଛାଡି ଦେଇଛନ୍ତି ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ । ଦଳ ଯାହା ନିଷ୍ପତ୍ତି ନେବ, ସେଥିରେ ସେ ସହମତି ପ୍ରକାଶ କରିବେ ବୋଲି କହିଛନ୍ତି ।

ABOUT THE AUTHOR

...view details