ଆଜିଠୁ ସମ୍ବଲପୁର ରେଳ ଷ୍ଟେସନରେ ସଂରକ୍ଷିତ ଟିକେଟ ବିକ୍ରି ଆରମ୍ଭ - ଟ୍ରେନ ଟିକେଟ ବିକ୍ରି ଆରମ୍ଭ
ସମ୍ବଲପୁର: ଆଜିଠୁ ସମ୍ବଲପୁରର ମୁଖ୍ୟ ରେଳଷ୍ଟେସନ କ୍ଷେତରାଜପୁରରେ ଖୋଲିଛି ଟିକେଟ କାଉଣ୍ଟର। ତେବେ କେବଳ ସଂରକ୍ଷିତ ଟିକେଟ ହିଁ ବୁକ କରାଯାଉଛି । ଏଥିପାଇଁ ସମ୍ବଲପୁରର ମୁଖ୍ୟ ରେଳ ଷ୍ଟେସନରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଆଜି କେତେକ ଯାତ୍ରୀ ଆସି ସଂରକ୍ଷିତ ଟିକେଟ କିଣିଥିବା ବେଳେ କିଛି ଟ୍ରେନ ଚଳାଚଳ ବିବରଣୀ ନେଇ ଅନୁସନ୍ଧାନ ପାଇଁ ଆସିଥିବାର ଦେଖିବାକୁ ମିଳିଥିଲେ। ତେବେ ମୁଖ୍ୟ ଗେଟରେ ଆରପିଏଫର କଡା ସୁରକ୍ଷା ଭିତରେ ପ୍ରଥମେ ଯାତ୍ରୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବା ସହ ସମାଜିକ ଦୂରତ୍ୱ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଥିଲା। ଯାତ୍ରୀମାନେ ରେଳ ଷ୍ଟେସନକୁ ପ୍ରବେଶ କରିବା ପୂର୍ବରୁ ହାତକୁ ସାନିଟାଇଜ କରାଯିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାସହ ରେଳ ଷ୍ଟେସନ ଭିତରେ ଜଣେ ସ୍ୱାସ୍ଥ୍ୟ ନିରୀକ୍ଷକ ନିୟୋଜିତ ହୋଇଛନ୍ତି। ସମ୍ବଲପୁରରୁ ଜୁସମନ ରଣା, ଇଟିଭି ଭାରତ