ସୁବର୍ଣ୍ଣପୁରରେ ସାଧାରଣତନ୍ତ୍ର ଦିବସ ପାଳିତ, ଯୋଗଦେଲେ ବିକ୍ରମକେଶରୀ ଆରୁଖ - ଯୋଗଦେଲେ ବିକ୍ରମକେଶରୀ ଆରୁଖ
ସୁବର୍ଣ୍ଣପୁର: ସହରର ମିନି ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ରାଜ୍ୟ ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହା ସହ ମିଳିତ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇ ଜିଲ୍ଲାର ବିକାଶ ଓ ଜିଲ୍ଲାର ପର୍ଯ୍ୟଟନୀ ବିଭାଗର ଉଲ୍ଲେଖ କରିବା ସହିତ ପ୍ରଜାମଣ୍ଡଳ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ବାଧୀନତା ସଂଗ୍ରାମୀ ଓ ସମ୍ବିଧାନ ପ୍ରଣେତାଙ୍କ ସ୍ମୃତି ଚରଣ କରିବା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିଥିଲେ। ଏହା ସହ ପରେଡ଼ ପଡ଼ିଆରେ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ