ଲକ୍ଡାଉନ୍: ଦେଖନ୍ତୁ ପେଟ୍ରୋଲ ପମ୍ପରେ ରିଆଲିଟି ଚେକ୍
ଭବାନୀପାଟଣା: କୋରୋନା ଲାଗି 21 ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି । କେନ୍ଦ୍ର ଓ ରାଜ୍ୟସରକାର ଅନେକ ସଚେତନତା ପଦକ୍ଷେପ ଗ୍ରହଣ କରିଛନ୍ତି । ସେହିପରି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ COVID-19ର ନିରାକରଣ ପାଇଁ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ସବୁ ହାତକୁ ନିଆଯାଇଛି । ଯାନବାହନ ଚଳାଚଳ ପାଇଁ ପେଟ୍ରୋଲ ଓ ଡିଜେଲ ଏକ ଆବଶ୍ୟକୀୟ ସାମଗ୍ରୀ ହେତୁ ପେଟ୍ରୋଲ ପମ୍ପକୁ ଲକଡାଉନରୁ ବାଦ ଦିଆଯାଇଛି । ଲୋକେ ମଧ୍ୟ ସାମାଜିକ ଦୂରତ୍ବକୁ ବଜାୟ ରଖିବା ସହ କର୍ମଚାରୀମାନେ ମଧ୍ୟବେଶ ସଚେତନତାର ସହ ତେଲ ଦେଉ ଥିବାବେଳେ ଏନେଇ ଅଧିକ ସୂଚନା ନେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ଅଜିତ୍ ସିଂ ।
Last Updated : Apr 4, 2020, 7:17 PM IST