ଦୁଇ ଥର ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା - puri srimandira nitikanti problem
🎬 Watch Now: Feature Video
ପୁରୀ: ଶନିବାର ଶ୍ରୀମନ୍ଦିରରେ ଦୁଇ ଥର ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ଉପୁଜିଛି। ସକାଳେ ଶ୍ରୀମନ୍ଦିରର ଧୁକୁଡି ଦ୍ୱାର ପାର୍ଶ୍ଵବର୍ତୀ ସ୍ଥାନରେ ରକ୍ତ ଛିଟା ପଡିଥିବା ଦୃଷ୍ଟିକୁ ଆସିବା ପରେ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ଅବକାଶ ପୂଜା ପୂର୍ବରୁ ମହାସ୍ନାନ କରାଯାଇଛି । ସେହିପରି ପୁନର୍ବାର ମହାପ୍ରଭୁଙ୍କ ସକାଳ ଧୂପ ସରିବା ପରେ ଜଗ ମୋହନରେ କେହି ଜଣେ ବାନ୍ତି କରିଥିବା ଯୋଗୁ ବଡ଼ ମହାସ୍ନାନ କରାଯାଇଛି। ଦୁଇ ଦୁଇ ଥର ଶନିବାର ମହାପ୍ରଭୁଙ୍କ ଦୈନିକ ନୀତି କାନ୍ତି ବିଭ୍ରାଟ ହୋଇଛି। ସେପଟେ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରର ଗରୁଡ଼ ସ୍ତମ୍ଭ ଠାରୁ ଜଗମୋହନ ଦେଇ ମହାପ୍ରଭୁଙ୍କ ରତ୍ନ ସିଂହାସନ ପର୍ଯ୍ୟନ୍ତ କୌଣସି କାରଣରୁ ଭକ୍ତ , ସେବାୟତ କାହାର ବି କୌଣସି କାରଣରୁ ଦେହ କ୍ଷତ ହୋଇ ରକ୍ତ ପଡିଲେ, କୌଣସି ବ୍ୟକ୍ତି ବାନ୍ତି କଲେ, ମଳ ମୂତ୍ର ଦ୍ରୁଷ୍ଟି ଗୋଚର ହେଲେ ଶ୍ରୀମନ୍ଦିର ପରିସର ଅପବିତ୍ର ହୋଇ ଯିବା ହେତୁ ମହାପ୍ରଭୁଙ୍କ ମହାସ୍ନାନ ନୀତି ହୋଇଥାଏ।