ଓଡିଶା

odisha

ETV Bharat / videos

ସୁନାବେଶ ଅବସରରେ ପୁରୀ ବଡଦାଣ୍ଡ ଭକ୍ତିମୟ, ଦେଖନ୍ତୁ ଭିଡିଓ... - ପୁରୀ ବଡଦାଣ୍ଡ

By

Published : Jul 3, 2020, 12:46 AM IST

ପୁରୀ: ମହାପ୍ରଭୁଙ୍କ ସୁନାବେଶ ଅବସରରେ ପୁରୀ ବଡଦାଣ୍ଡ ଭକ୍ତିମୟ ହୋଇଉଠିଛି । ବିନା ଭକ୍ତରେ ସୁନାବେଶ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଶ୍ରୀମନ୍ଦିର ସମୁଖରେ ଗୁରୁବାର ମହାପ୍ରଭୁଙ୍କ ଭଜନ କୀର୍ତ୍ତନରେ ପରିବେଶ ପ୍ରକମ୍ପିତ ହୋଇଥିଲା। ସେବାୟତମାନେ ରଥ ଆଗରେ ବସି ମହାପ୍ରଭୁଙ୍କ ଆରାଧନା କରିଥିଲେ। ଯାହାକି ଏକ ନିଆରା ଭକ୍ତି ମେୟ ପରିବେଶ ସୃଷ୍ଟି କରିଥିଲା। କୋଭିଡ ଗାଇଡ଼କୁ ମାନି ଅଳ୍ପ ସେବାୟତଙ୍କ ଉପସ୍ଥିତିରେ ଗୁରୁବାର ସୁନାବେଶ ହୋଇଛି। ସେହିପରି ଆସନ୍ତା କାଲି ମହାପ୍ରଭୁଙ୍କ ଦ୍ଵିପ୍ରହର ଧୂପ ପରେ ଅଧରପଣା ନୀତି ହେବ। ଏ ନେଇ ସମସ୍ତ ପ୍ରସ୍ତୁତି ସରିଥିବା ସେବାୟତ କହିଛନ୍ତି। ଏଥର ରଥଯାତ୍ରା ର ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ଶେଷହେବ ବୋଲି ସେବାୟତମାନେ କହିଛନ୍ତି। ଦେଖନ୍ତୁ ଭିଡିଓ... ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details