ଓଡିଶା

odisha

ETV Bharat / videos

ଉଠାଦୋକାନୀଙ୍କ କେତେ ସହାୟକ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ? - Rayagada street vendor

By

Published : Jan 29, 2021, 7:40 PM IST

ରାୟଗଡା: ମାସ ମାସ ଧରି କୋରୋନାର ଭୟାବହତାରେ ପେଶି ହୋଇ ଯାଇଥିଲେ ଉଠାଦୋକାନୀ । କୋରୋନା ଛଡାଇନେଇଥିଲା ଜୀବିକା । ମାସମାସ ଧରି ଭାଙ୍ଗିଯାଇଥିଲା ଆର୍ଥିକ ମେରୁଦଣ୍ଡ । ନାନା ହଇରାଣ ହରକତ ହେଉଥିଲେ ରାୟଗଡାର ଉଠାଦୋକାନୀ । ଦିନେ କି ଦୁଇ ଦିନ ନୁହେଁ ଲକଡାଉନ ଓ ସର୍ଟଡାଉନରେ ପ୍ରାୟ 10 ମାସ ଧରି ଶୂନଶାନ ହୋଇଯାଇଥିଲା ରାସ୍ତାଘାଟ । ଚିନ୍ତାରେ ଥିଲେ ପ୍ରତିଦିନ ବେପାର କରି ପରିବାର ପ୍ରତିପୋଷଣ କରୁଥିବା ଉଠାଦୋକାନୀ । ତେବେ ଏଭଳି ସମୟରେ ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ଆଣିଦେଇଥିଲା ଆଶାର କିରଣ । 10 ହଜାର ଲେଖାଏଁ ଆର୍ଥିକ ଋଣ ନେଇ ପୁଣି ଅଣ୍ଟା ଭିଡିଛନ୍ତି ରାୟଗଡାର ଉଠାଦୋକାନୀ । ପୌରାଞ୍ଚଳରେ ଥିବା ଉଠାଦୋକାନୀଙ୍କୁ ଏହି ସୁବିଧା ମିଳିବା ପରେ ସେମାନେ ନିଜର ଆର୍ଥିକ ସ୍ଥିତିକୁ ସୁଧାରିବାରେ ଲାଗିପଡିଛନ୍ତି ।

ABOUT THE AUTHOR

...view details