ଓଡିଶା

odisha

ETV Bharat / videos

ପୋଲିସ ବର୍ଦ୍ଦିରେ ‘ମଦର ଟେରେସା’: ସେବା ପାଇଁ ଶୁଭଶ୍ରୀଙ୍କୁ ବଲିଉଡ୍ ସୁପରଷ୍ଟାରଙ୍କ ପ୍ରଶଂସା - ମହିଳା ଦିବସ

By

Published : Mar 4, 2021, 5:38 PM IST

ମାଲକାନଗିରି: ନକ୍ସଲ ଏବଂ ଅପହଞ୍ଚ ଅଞ୍ଚଳ ପାଇଁ ବେଶ ପରିଚିତ ମାଲକାନଗିରି ଜିଲ୍ଲା । ଆଉ ପୋଲିସ ନକ୍ସଲଙ୍କ ସହ ଲଢେଇ କରି ଜୀବନ ଦେବା ସହ ଲୋକଙ୍କର ଧନ ଜୀବନକୁ ମଧ୍ୟ ସୁରକ୍ଷା ଦେଉଛନ୍ତି । ଦୀର୍ଘ ବର୍ଷ ଧରି ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଲାଗିଥିବା ଛକାପଞ୍ଝାରେ ନିରୀହ ଲୋକେ ବଳି ପଢୁଛନ୍ତି । ସେଥିପାଇଁ ଲୋକେ ମାଲକାନଗିରି ନାମ ଶୁଣିଲେ ଏଠାକୁ ଆସିବାକୁ ଶହେ ଥର ଚିନ୍ତା କରନ୍ତି । ଏହି ସମୟରେ ମାଲାକନଗିରିକୁ ଆସନ୍ତି ଏସଆଇ ଶୁଭଶ୍ରୀ ନାୟକ । ପେଶାରେ ଜଣେ ମହିଳା ସବ୍ ଇନସପେକ୍ଟର । କିନ୍ତୁ, ଲକ୍ଷ୍ୟ ଗରିବ, ଅସହାୟ ଏବଂ ନିସ୍ପେଷିତ ଲୋକଙ୍କୁ ସହଯୋଗର ହାତ ବଢାଇବା । ଗତବର୍ଷ ମାଲକାନଗିରି ଜିଲ୍ଲାକୁ ପ୍ରୋବେସନାରୀ ଟ୍ରେନିଂ ନେବା ପାଇଁ ଆସିଥିଲେ । ତେବେ ଜିଲ୍ଲା ପୋଲିସ ବିଭାଗ ତରଫରୁ ତାଙ୍କୁ ମାଲକାନଗିରି ଥାନାରେ ପୋଷ୍ଟିଂ କରାଯାଇ ବିଭିନ୍ନ ଦାୟିତ୍ବ ଦିଆଯାଇଥିଲା । ସେ ମାଲକାନଗିରିରେ ପହଞ୍ଚିବାର କିଛି ଦିନ ପରେ ଦେଶରେ କୋରୋନାକୁ ନେଇ ଆତଙ୍କ ଖେଳିଯାଇଥିଲା । ମାଲକାନଗିରିରେ ମଧ୍ୟ ଲକ୍ ଡାଉନ ଏବଂ ସଟ୍ ଡାଉନ ଚାଲିଲା । ପୋଲିସର ଦାୟିତ୍ୱ ବଢିଗଲା । ମାଲକାନଗିରିକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ପଡିଲା । ଲୋକେ ଘରୁ ପଦାକୁ ବାହାରିପାରିଲେ ନାହିଁ ।

ABOUT THE AUTHOR

...view details