ବର୍ଷା ମାଗିଲେ ସୁରକ୍ଷା, ଅନୁଭବଙ୍କ ଘରେ ପୋଲିସ - ଅନୁଭବଙ୍କ ଘରେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ବର୍ଷା
କଟକ: ଅନୁଭବଙ୍କ ଘରେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ବର୍ଷା। ଯାହାକୁ ନେଇ ନିଜେ ବର୍ଷା ପୋଲିସକୁ 100 ନମ୍ବର ଡାଏଲ କରି ସୁରକ୍ଷା ମାଗିଛନ୍ତି। ପରେ ପୁରୀଘାଟ ଥାନା ପୋଲିସ ଓ ମହିଳା ଥାନା ପୋଲିସ ଅନୁଭବଙ୍କ ବାସଭବନରେ ପହଞ୍ଚି ବର୍ଷାଙ୍କ ସହ ଆଲୋଚନା କରିଛନ୍ତି। ପାଖାପାଖି ଦୁଇ ଘଣ୍ଟାରୁ ଅଧିକ ସମୟ ବର୍ଷାଙ୍କ ସହ ଆଲୋଚନା କରି ବାହାରକୁ ବାହାରିଥିଲେ ପୋଲିସ ଅଧିକାରୀ। ଏନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। କଟକରୁ ନାରାୟଣ ସାହୁ, ଇଟିଭି ଭାରତ