ହୋଲି ପାଇଁ କୋଭିଡ଼ କଟକଣା, ବୁଲି ବୁଲି ରଙ୍ଗ ନଷ୍ଟ କରୁଛି ପୋଲିସ - ପୋଲିସ କରୁଛି ପେଟ୍ରୋଲିଂ
ଭୁବନେଶ୍ବର: ହୋଲି ପାଇ ରାଜଧାନୀରେ କଟକଣା । ଘର ବାହାରେ ରଙ୍ଗ ଖେଳିବା ମନା । ଏଥିପାଇଁ ରାଜଧାନୀର ଛକ ଛକରେ ପୋଲିସର ପାଟ୍ରୋଲିଂ। ବୁଲି ବୁଲି ଅମାନିଆଙ୍କୁ କରୁଛି ସାବାଡ। ରାସ୍ତା ଉପରେ ରଙ୍ଗ ବିକିବା ବେଳେ ଏକାଠି ହେଲେ ପୋଲିସ କରୁଛି ନଷ୍ଟ । ଲୋକଙ୍କୁ ଘଉଡାଇବା ସହ ଛକ ଛକରେ ଜଗିଛି ପୋଲିସ । ୨୦ ପିସିଆର ଭ୍ୟାନ ସହ ଷ୍ଟ୍ରାଇକ ଫୋର୍ସ ସହରରେ ପଇଁତରା ମାରୁଛନ୍ତି। ଏଥିସହ ରାଜଧାନୀରେ ମୁତୟନ ହୋଇଛନ୍ତି ୧୫ ପ୍ଲାଟୁନ ଫୋର୍ସ। ଜଳାଶୟ ଘାଟରେ ଜଗିଛନ୍ତି ପୋଲିସ।ତେବେ ଘର ଭିତରେ ରହି ହୋଲି ଖେଳିବାକୁ ଅନୁରୋଧ କରାଯାଇଛି।କେହି ନିୟମ ଉଲ୍ଲଙ୍ଘନ କଲେ ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ମହାମାରୀ ଆଇନରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ତାଗିଦ କରାଯାଉଛି। ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ