ଓଡିଶା

odisha

By

Published : Jun 25, 2020, 2:25 PM IST

ETV Bharat / videos

ବଢୁଛି ପେଟ୍ରୋଲ-ଡିଜେଲ ଦର, ବାଲେଶ୍ବରରେ ତେଜୁଛି ଅସନ୍ତୋଷ

ବାଲେଶ୍ବର: ଲଗାତର ଭାବେ ଦୀର୍ଘ 19 ଦିନ ଧରି ଦେଶରେ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଲକଡାଉନ ପରିସ୍ଥିତିରେ ଏମିତି ଦର ବୃଦ୍ଧିକୁ ସାଧାରଣ ଲୋକ ସହଜରେ ଗ୍ରହଣ କରିପାରୁନାହାନ୍ତି । ତେବେ ଏନେଇ ଆମ ସମ୍ବାଦଦାତା ସହରର ପେଟ୍ରୋଲ ପମ୍ପରୁ ଲୋକଙ୍କ ପ୍ରତିକ୍ରିୟା ନେଇଥିଲେ । କିଛି ଲୋକ କୋରୋନା ଲକଡାଉନ ଜାରି ରହିଥିବାବେଳେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ଭଳି ଲାଗୁଥିବା ପ୍ରତିକ୍ରିୟା ରଖିଛନ୍ତି । ସେହିପରି ତୈଳ ଦର ବୃଦ୍ଧି ହେଲେ ବି କୋରୋନା ପାଇଁ ଦେଶର ଅର୍ଥନୀତି ବିଗିଡି ଯାଇଥିବାରୁ 100 ଟଙ୍କା ହେଲେ ମଧ୍ୟ ତେଲ ପକାଇବା ପାଇଁ ବାଧ୍ୟ ହେବେ ବୋଲି କିଛି ବୁଦ୍ଧିଜୀବୀ କହିଛନ୍ତି । ଶୁଣନ୍ତୁ ଅନ୍ୟମାନେ ମଧ୍ୟ କଣ ପ୍ରତିକ୍ରିୟା ରଖିଛନ୍ତି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details