ଓଡିଶା

odisha

ETV Bharat / videos

Panchayat Polls: ବିରୋଧୀଙ୍କୁ ଟକ୍କର ଦେବା ଲାଗି ବିଜେପି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର - ନୂଆପଡାରେ ବିଜେପିର ପଞ୍ଚାୟତ ଲଢେଇ

By

Published : Jan 28, 2022, 7:11 PM IST

ନୂଆପଡା: ନୂଆପଡା ଜିଲ୍ଲାରେ ତ୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ଉଷ୍ମତା ଦେଖିବାକୁ ମିଳିଛି । ନିର୍ବାଚନ ମୈଦାନରେ ଆଶାୟୀ ପ୍ରାର୍ଥୀ ନିର୍ବାଚନରେ ବାଜିମାତ୍ କରିବା ଲାଗି କରୁଛନ୍ତି ରଣନୀତି । ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପ୍ରାର୍ଥୀ କରୁଛନ୍ତି ଭୋଟ ଭିକ୍ଷା । ନୂଆପଡା ଜିଲ୍ଲାର 14ନମ୍ବର ଜିଲ୍ଲା ପରିଷଦ ଜୋନ ହାତେଇବା ପାଇଁ ବିଜେପି ପ୍ରାର୍ଥିନୀ ଆଶା ଜୈନ ନିଜ ସମର୍ଥକଙ୍କ ସହ ନୂଆପଡା, ଜରେଳପଦର, କୋକପଦର, ଭରୁଆମୁଣ୍ଡା ଆଦି ଗାଁରେ ଘର ଘର ବୁଲି ଭୋଟ ମାଗୁଛନ୍ତି । ସାଙ୍ଗରେ ରହିଛନ୍ତି ପୂର୍ବତନ ଖଡିଆଳ ବିଧାୟକ ହିତେଶ ବଗର୍ତ୍ତି, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ପ୍ରସାଦ ମୁଣ୍ଡ । ପଞ୍ଚାୟତ ନିର୍ବାଚନ ନେଇ ଅଧିକ ଆଲୋଚନା କରିଛନ୍ତି ଆମ ନୂଆପଡା ପ୍ରତିନିଧି ମୋତିଲାଲ ବାଗ ।

ABOUT THE AUTHOR

...view details