ଓଡିଶା

odisha

By

Published : Mar 6, 2021, 9:57 AM IST

ETV Bharat / videos

ଜଳୁଛି ଶିମିଳିପାଳ; ପ୍ରାର୍ଥନା କରିବାକୁ ବାଲୁକାଶିଳ୍ପୀଙ୍କ ଆହ୍ବାନ

ପୁରୀ: ଜଳୁଥିବା ଶିମିଳିପାଳ ଅଭୟାରଣ୍ୟକୁ ନେଇ ଉଦବେଗ ପ୍ରକାଶ ପାଇଛି । ନିଆଁ ଆୟତ୍ତ କରିବା ମୁସ୍କିଲ ହୋଇପଡିଛି । ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ଅନେକ ମୂଲ୍ୟବାନ ଗଛ ଜଳିପୋଡି ପାଉଁଶ ହେବା ସହ ଅନେକ ଜୀବଜନ୍ତୁଙ୍କ ଜୀବନ ବିପଦକୁ ଠେଲି ହୋଇଯାଇଛି । ଜଙ୍ଗଲକୁ ସଂରକ୍ଷଣ ଓ ସୁରକ୍ଷିତ ରଖିବାକୁ ଆହ୍ବାନ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏନେଇ ଲୋକଙ୍କୁ ସଚେତନ କରିବାକୁ ଯାଇ ବାଲୁକା କଳାରେ ଆଙ୍କିଛନ୍ତି ସୁନ୍ଦର କଳାକୃତି । ଏହା ସହ ଶିମିଳିପାଳ ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି ପଦ୍ମଶ୍ରୀ ।

ABOUT THE AUTHOR

...view details