ଓଡିଶା

odisha

By

Published : Jul 21, 2020, 7:11 PM IST

ETV Bharat / videos

ଲକଡାଉନରେ ଅମାନିଆଙ୍କୁ ସାବାଡ ପାଇଁ ପ୍ରଶାସନର ରାତ୍ରିକାଳୀନ ଚେକିଂ

ଯାଜପୁର: ଜିଲ୍ଲାରେ ଲକଡାଉନ କଟକଣାକୁ କଡାକଡି କରିଛି ଜିଲ୍ଲା ପ୍ରଶାସନ । କେବଳ ଦିନରେ ନୁହେଁ ରାତିରେ ବି ହେଉଛି ଲକ ଡାଉନ ଚେକିଂ । ଜିଲାରେ କୋରୋନା ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପ୍ରଶାସନ ଅଣ୍ଟା ଭିଡିଛି । ଦିନ ରାତି ଏକ କରିଦେଇଛନ୍ତି ପ୍ରଶାସନିକ ଅଧିକାରୀ । ଯାଜପୁର ସହରର ବିଭିନ୍ନ ସ୍ଥାନରେ ସରକାରୀ ଅଧିକାରୀ ମାନେ ଉପସ୍ଥିତ ରହି ଗାଡି ଗୁଡିକର ଯାଞ୍ଚ କରୁଛନ୍ତି । ରାତ୍ରି ସମୟରେ କେବଳ ଡାକ୍ତରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ଦୋକାନ ବଜାର ଓ ଗାଡିମଟର ଚଳାଚଳକୁ ବାରଣ କରାଯାଇଛି ।

ABOUT THE AUTHOR

...view details