ଓଡିଶା

odisha

ETV Bharat / videos

ପାଖରେ ନାହିଁ ମୋବାଇଲ୍, ମରିଚିକା ପାଲଟିଛି ସରକାରଙ୍କ ଡିଜିଟାଲ୍ ଇଣ୍ଡିଆ - ସ୍ମାର୍ଟଫୋନଟିଏ ପାଖରେ ନାହିଁ

By

Published : Aug 8, 2020, 1:23 PM IST

Updated : Aug 8, 2020, 2:30 PM IST

କୋରାପୁଟ: ବଣ ପାହାଡ଼ ଘେରା ଓଡିଶାର ପଛୁଆ ଜିଲ୍ଲା ଭାବେ ପରିଚିତ ଆଦିବାସୀ ବହୁଳ କୋରାପୁଟ ଜିଲ୍ଲା । ଯେଉଁଠି ପ୍ରତିଦିନ ଦେଖିବାକୁ ମିଳେ ଜୀବନ ଜୀଵିକା ସହିତ ସଂଘର୍ଷ କରୁଥିବା ମଣିଷ । ବଞ୍ଚିବା ପାଇଁ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଏଠାକାର ଆଦିବାସୀ । ଯେଉଁଠି ମୋବାଇଲ ଫୋନ ଲୋକଙ୍କ ପାଇଁ ସ୍ବପ୍ନ, ସେଠାରେ ପିଲା ମୋବାଇଲରେ କେମିତି ପଢିବେ ପାଠ? ସ୍ମାର୍ଟଫୋନଟିଏ ପାଖରେ ନାହିଁ । ସରକାରଙ୍କ ମେସେଜ କିପରି ପାଇବେ ? କିପରି ହ୍ବାଟ୍ସ ଆପରେ ପାଠ ପଢିବେ ପିଲାଏ । ସରକାର ଆରମ୍ଭ କରିଛନ୍ତି ଏ ବ୍ୟବସ୍ଥା । ହେଲେ ପିଲାଙ୍କ ପାଖରେ ମୂଳରୁ ନାହିଁ ଫୋନ । ସରକାରଙ୍କ ମେସେଜ ପାଇବା ଦୂର କଥା । ସପ୍ତମ ଶ୍ରେଣୀର ସୁନି କିରସାନି ପାଖରେ ପହଞ୍ଚିଛି ବହି । ହେଲେ ଫୋନ ନାହିଁ କି ପହଞ୍ଚିନି ସରକାରଙ୍କ ମେସେଜ । ବିନା ଶିକ୍ଷକରେ ନୂଆ ବହି ତା ପାଇଁ ପାଲଟିଛି ଅଜଣା ବସ୍ତୁ । ସେହିପରି ଗାଁର ଆଶା ଦିନି ଅଖିରାଣୀ ରଖିଛନ୍ତି ଆଣ୍ଡ୍ରଏଡ ଫୋନ । ହେଲେ ନିଜ କର୍ମବ୍ୟସ୍ତତା ଯୋଗୁଁ ପିଲାଙ୍କୁ ଦେଇପାରୁନାହାନ୍ତି ସମୟ । ଏହା ହେଉଛି କୋରାପୁଟର ସରକାରୀ ବିଦ୍ୟାଳୟ ପିଲାଙ୍କ କାହାଣୀ । ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ହ୍ବାଟ୍ସ ଆପରେ ପିଲାଙ୍କ ସହ ସମ୍ପର୍କ ସ୍ଥାପନ ବ୍ୟବସ୍ଥା ।
Last Updated : Aug 8, 2020, 2:30 PM IST

ABOUT THE AUTHOR

...view details