ଓଡିଶା

odisha

Panchayat Poll: ଜଗତସିଂହପୁର ୧ ନମ୍ବର ଜୋନରେ ପ୍ରଚାର ଜୋରଦାର

By

Published : Feb 7, 2022, 5:59 PM IST

ଜଗତସିଂହପୁର: ଜିଲ୍ଲାର ୧ ନମ୍ବର ଜୋନ ଜିଲ୍ଲା ପରିଷଦ ଆସନ ପାଇଁ ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରଚାର ଆରମ୍ଭ କରିଛି । ମଧୁସୂଦନପୁର ଶାସନ, ତରତଙ୍ଗ, ମଣ୍ଡାସାହି, ଜହାନ ପୁର, ସଭାମୂଳ, ପଟେଣି ଗାଁ ଆଦି ପଞ୍ଚାୟତକୁ ନେଇ ଜଗତସିଂହପୁର 1 ନମ୍ବର ଜୋନ ଜିଲ୍ଲା ପରିଷଦ ଗଠିତ । କଂଗ୍ରେସ, ବିଜେପି, ବହୁଜନ ସମାଜବାଦୀ ପାର୍ଟି, ବିଜେଡି ପ୍ରମୁଖ ଦଳ ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିଜେଡି ମଣ୍ଡାସାହି ପଞ୍ଚାୟତରେ କ୍ରମାଗତ ଭାବେ 3 ଥର ବିଜୟ ଲାଭ କରିଥିବା ଯୁବ ନେତା ଚିତ୍ତ ରଞ୍ଜନ ରାଉଳଙ୍କ ସହ କଥା ହୋଇଥିଲେ ଜଗତସିଂହପୁର ପ୍ରତିନିଧି ସୁଶାନ୍ତ କୁମାର ପାତ୍ର। ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details