ଦେଶର ପ୍ରଥମ ରାଜ୍ୟ ଭାବେ ଏକକ ପିଜି ପ୍ରବେଶିକା ପରୀକ୍ଷା କରିବ ଓଡିଶା - ଓଡିଶାରେ ପିଜି ପ୍ରବେଶିକା ପରୀକ୍ଷା
ଭୁବନେଶ୍ବର: ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏକକ ପିଜି ପ୍ରବେଶିକା ପରୀକ୍ଷା କରାଇବାକୁ ଯାଉଛି । ଯାହାକି ଆସନ୍ତା 12 ତାରିଖରୁ 22 ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଶୁକ୍ରବାର ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଓ ଓଡିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାସ ସବିଶେଷ ସୂଚନା ପ୍ରଦାନ କରିଛନ୍ତି ।