ଓଡିଶା ବଜେଟ 2021: ବୁଣାକାର ବିକାଶକୁ ଦିଆଯାଉ ଗୁରୁତ୍ବ - ଓଡିଶା ଆଶା
ବରଗଡ: କୋରୋନା ମହାମାରୀ ସମଗ୍ର ଦେଶର ଅର୍ଥନୀତିକୁ ଦୋହଲାଇ ଦେଇଥିବା ବେଳେ ଓଡିଶା ମେରୁଦଣ୍ଡକୁ ମଧ୍ୟ ଦୁର୍ବଳ କରି ରଖିଛି । ମାନ୍ଦାବସ୍ଥା ଦେଖାଦେଇଛି । ବିଶେଷ କରି କୋରୋନା କଟକଣାରେ ବୁଣାକାର ଓ ହସ୍ତଶିଳ୍ପୀଙ୍କ ହାତ ପଡିଯାଇଛି । ଅର୍ଥନୀତିରେ ବଡ ଯୋଗଦାନ ରଖୁଥିବା ଏହି ସେକ୍ଟରକୁ ପୁଣି ଅଣ୍ଟା ସଳଖିବାକୁ ଦେବା ଆବଶ୍ୟକ ଗୁରୁତ୍ବ । ସେମାନଙ୍କ କାରବାରକୁ ମଜବୁତ ସହ ବୁଣାକାର ଓ ହସ୍ତଶୀଳ୍ପିଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ଦରକାର ବୋଲି କହିଛନ୍ତି ଜଣାଶୁଣା ହସ୍ତଶିଳ୍ପୀ ଉଦ୍ୟୋଗୀ ରାମକୃଷ୍ଣ ମେହେର । ବରଗଡରୁ ରାଜେଶ ସରାପ, ଇଟିଭି ଭାରତ