ଓଡିଶା

odisha

By

Published : Jan 20, 2021, 6:36 PM IST

ETV Bharat / videos

ନୋଟାର ଆଦର୍ଶ ବିଦ୍ୟାଳୟକୁ ବେଷ୍ଟ ଅନଲାଇନ ଆଇଡିଆ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବା ସହ ଅମାନିଆ ଗାଡି ଚାଳକଙ୍କୁ ସାବାଡ୍ କରିବା ପାଇଁ ଫାଇନ୍ଠୁ ଆରମ୍ଭ କରି ଗିରଫ ମଧ୍ୟ କରୁଛନ୍ତି । ସେହିପରି ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ମଧ୍ୟ ପ୍ରଣୟନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ନୟାଗଡ ନୋଟାର ଆଦର୍ଶ ବିଦ୍ୟାଳୟ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ତେବେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅନଲାଇନ ଜରିଆରେ ଲୋକଙ୍କୁ ସଡକ ସୁରକ୍ଷା ନିୟମ ଶିଖାଇ ଅନଲାଇନ ଆଇଡିଆ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ହାସଲ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ୟାଳୟକୁ ଟ୍ବିଟ ଯୋଗେ ଶୁଭେଚ୍ଛା ଜଣାଇବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସିତ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଏହି ସଚେତନତାମୂଳକ ବାର୍ତ୍ତା ଅନେକ ଜୀବନ ରକ୍ଷା କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ABOUT THE AUTHOR

...view details