ଓଡିଶା

odisha

By

Published : Jan 16, 2021, 7:41 PM IST

ETV Bharat / videos

ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଦଳୀୟ କର୍ମୀ ଓ ନେତା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ଦଳୀୟ କର୍ମୀ ଓ ନେତା । ଜାତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଖ୍ୟାତିସମ୍ପନ୍ନ ସର୍ଭେ ସଂସ୍ଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନିତ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେବା ପରେ ଦଳୀୟନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବା ପରେ ଦଳୀୟ ନେତା ଓ କର୍ମୀ ଶୁଭେଚ୍ଛା ଜଣାଇଛନ୍ତି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ବିଧାୟକ ଉମା ସାମନ୍ତରାୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ଶୁଭେଚ୍ଛା ଜଣାଇଛନ୍ତି । ଦଳୀୟ ନେତା ଓ କର୍ମୀ ମଧ୍ୟ ସାମିଲ ହୋଇଥିଲେ । ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଆହୁରି ଥରେ ପ୍ରମାଣିତ ହୋଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଦେଶର ଗୋଟିଏ ମୁଖ୍ୟମନ୍ତ୍ରୀ ଲଗାତାର ଭାବେ ପ୍ରଥମ ହେବା ତାଙ୍କର ଲୋକମାନଙ୍କ ପ୍ରତି ଭଲ ପାଇବା ଓ କାର୍ଯ୍ୟର ପ୍ରମାଣ ଦେଉଛି ବୋଲି କହିଛନ୍ତି।

ABOUT THE AUTHOR

...view details