ଓଡିଶା

odisha

ଟ୍ବିନ ସିଟିରେ ଜାରି ହେଲା 144 ଧାରା

By

Published : Dec 31, 2020, 3:21 PM IST

ଭୁବନେଶ୍ବର: ଟ୍ବିନ ସିଟିରେ ଜାରି ହେଲା ନାଇଟ କର୍ଫ୍ୟୁ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ନୂଆ ବର୍ଷ ତଥା ଜିରୋ ନାଇଟ ସେଲିବ୍ରେସନ ଉପରେ ରୋକ ଲଗାଇବା ପାଇଁ ଏଭଳି ପଦକ୍ଷେପ ନେଇଛି କମିଶନରେଟ ପୋଲିସ। ଆଜି(ଗୁରୁବାର) ରାତି 9ଟାରୁ ସକାଳ 5ଟା ପର୍ଯ୍ୟନ୍ତ କଟକ ଓ ଭୁବନଶ୍ବରରେ 144 ଧାରା ଜାରି ରହିବ। ରାତି 9ଟା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରି ନିଜ ନିଜ ଘରକୁ ଫେରିଯିବାକୁ ନିବେଦନ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

ABOUT THE AUTHOR

...view details