କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାର ନଗ୍ନ ରୂପ, ବିନା ଚିକିତ୍ସାରେ ମୃତ୍ୟୁସହ ଲଢୁଛି ରୋଗୀ - patients battling death without treatment
ଭୁବନେଶ୍ବର: ପୁଣି ଥରେ ପଦାରେ ପଡିଛି କ୍ୟାପିଟାଲ ହସ୍ପିଟାଲର ରୋଗୀ ଚିକିତ୍ସା । ବେଡ଼ରେ ରୋଗୀ ପଡି ରହିଛି, ହେଲେ ଆସୁନାହାଁନ୍ତି ଡାକ୍ତର କି କରାହେଉନି ଚିକିତ୍ସା। ଏପରିକି ଘା' ସ୍ଥାନ ପଚିସଢି ଦୁର୍ଗନ୍ଧ ହେବାରେ ଲାଗିଲାଣି। ଏବେ ଚେତା ପଶିବା ସହ ଚିକିତ୍ସା ବଦଳରେ ରେଫର କରିବାକୁ ପ୍ରସ୍ତୁତ ହେଉଛନ୍ତି ଡାକ୍ତର। ଏପରି ଅସୁବିଧାର ସାମ୍ମନା କରିଛନ୍ତି ଭୁବନେଶ୍ୱରର ଚନ୍ଦ୍ରଶେଖରପୁରର ଅରବିନ୍ଦ ନଗର ବସ୍ତିର ବାସିନ୍ଦା ରଞ୍ଜିତ ନାୟକ। ବୟସ 21 ବର୍ଷ। ଛୁରୀ ମାଡ କାରଣରୁ ପେଟରେ ଆଘାତ ହୋଇଥିଲା। ଯାହା ଫଳରେ ଏମ୍ସକୁ ଯାଇଥିବା ବେଳେ ସେଠାରେ ତାଙ୍କର କୋଭିଡ ପଜିଟିଭ ବାହାରିଥିଲା । ସେଠାରେ 10 ଦିନ ରହିଲା ପରେ ସାଟିଫିକେଟ ଦେଇ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।