ଓଡିଶା

odisha

ETV Bharat / videos

ବଣପାହାଡ ଘେରା ମାନ୍ଦଳପଖାନ: ମିଳୁନି ମୌଳିକ ସୁବିଧା, ଯନ୍ତ୍ରଣାରେ ଜୀବନ - ମାନ୍ଦଳପଖାନ ଗାଁ ଲୋକଙ୍କ କଥା

By

Published : Jul 28, 2020, 8:01 PM IST

ନୂଆପ଼ଡା: ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ନୂଆପଡା ଜ଼ିଲ୍ଲା ବିଛିନ୍ନାଞ୍ଚଳ କୁହାଯାଉଥିବା ମାନ୍ଦଳପଖାନ ଗାଁ ଲୋକଙ୍କୁ ମିଳି ନାହିଁ ମୌଳିକ ଅଧିକାର । ଗମନାଗମନ ପାଇଁ ରାସ୍ତା ,ଅଙ୍ଗନବାଡି ସେଣ୍ଟର,ପ୍ରାଥମିକ ବିଦ୍ୟାଳୟ ଏବଂ ନିତ୍ୟ ବ୍ୟବହୃତ ପାଇଁ ପୋଖରୀ ସବୁକିଛି ସାତ ସପନ ପାଳଟିଛି । ବଣ ପାହାଡ଼ ଦୁର୍ଗମ ଭିତରେ ଦୁର୍ବିସହ ଜୀବନ ବିତାଉଛନ୍ତି ମାନ୍ଦଳପଖାନ ଗାଁଲୋକେ । ସେହିଭଳି ବର୍ଷା ଋତୁରେ ମାନ୍ଦଳପଖାନ ଗାଁଲୋକେ ଜଳବନ୍ଦୀ ଜୀବନ ଯାପନ କରୁଥିବା ଅଭିଯୋଗ କରିଛନ୍ତି। ନୂଆପଡା ଜ଼ୀଲ୍ଲା ସଦର ମହୁକମା ଠାରୁ 115 କିଲୋମିଟର ଦୂରତାରେ ଅବସ୍ଥିତ ସିନାପାଲି ବ୍ଲକ ବିଛିନ୍ନାଂଚଳ ମାନ୍ଦଳପଖାନ ଗାଁ । ଏଠାରେ ମାଝୀ,ଗଣ୍ଡ,ପହରିଆ ଆଦିମ ଜନଜାତି ସମ୍ପ୍ରଦାୟର ଲୋକେ ବାସକରନ୍ତି । ହେଲେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗାଁଲୋକଙ୍କୁ ମିଳିପାରିନାହିଁ ମୌଳିକ ଅଧିକାର । ଗାଁକୁ ଯିବାକୁହେଲେ ରାସ୍ତାନାହିଁ , ପାହାଡିଆ ଦୁର୍ଗମ ପାଦଚଲା ପଥୁରିଆ ରାସ୍ତା ଅତିକ୍ରମ କରି ଯିବାକୁ ପଡିଥାଏ ।

ABOUT THE AUTHOR

...view details