ବାରବାଟୀ ଦୁର୍ଗକୁ ଅବହେଳା; ରାଜ୍ୟସଭାରେ ପ୍ରସଙ୍ଗ ଉଠାଇଲେ ସାଂସଦ ସୁବାସ ସିଂ - ରାଜ୍ୟସଭାରେ ପ୍ରସଙ୍ଗ ଉଠାଇଲେ ସାଂସଦ ସୁବାସ ସିଂ
ନୂଆଦିଲ୍ଲୀ: ରାଜ୍ୟସଭାରେ ପୁଣିଥରେ ଓଡିଆ ଭାଷାରେ ଗର୍ଜିଛନ୍ତି ସାଂସଦ ସୁବାସ ସିଂ । ରାଜ୍ୟର ଗର୍ବ ଗୌରବ କଟକ ବାରବାଟୀ ଦୁର୍ଗକୁ କିଭଳି ପ୍ରତ୍ନତତ୍ତ୍ବ ବିଭାଗ ଅବହେଳା କରିଛି ତାର ଲମ୍ବା ତାଲିକା ରଖିଛନ୍ତି ସୁବାସ । ଏକାଦଶ ଶତାଦ୍ଦୀରେ ନିର୍ମିତ ଏହି ଦୁର୍ଗର ରକ୍ଷଣା ବେକ୍ଷଣ ସହ ସୌନ୍ଦର୍ଯ୍ୟକରଣ ପାଇଁ 2007-08 ରେ କେନ୍ଦ୍ର ସରକାର 17 କୋଟି 25 ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ଟଙ୍କା ଥାଇ ମଧ୍ୟ କାହିଁକି ଏଏସଆଇ କାମ କରୁନାହିଁ ପ୍ରଶ୍ନ ଉଠାଇଥିଲେ । ସେହିପରି ଯଦି ଏଏସଆଇ କାମ କରିବ ନାହିଁ ଏହି କାମକୁ ରାଜ୍ୟ ସରକାର କିମ୍ବା ଅଲିମ୍ପିକ ଆସୋସିଏସନକୁ ଦେବାକୁ ଦାବି କରିଛନ୍ତି ସୁବାସ । ଦେଖନ୍ତୁ କଣ କହୁଛନ୍ତି ସାଂସଦ ସୁବାସ ...