ଓଡିଶା

odisha

By

Published : Mar 6, 2021, 7:18 PM IST

ETV Bharat / videos

ଚଳନ୍ତା କାରରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୁନ୍ଦରଗଡ: ଚଳନ୍ତା କାରରେ ଲାଗିଲା ନିଆଁ । ରାଉରକେଲା ସହରର ପାନପୋଷ କାଳୀ ମନ୍ଦିର ନିକଟରେ ଏକ ଚଳନ୍ତା କାରରେ ନିଆଁ ଲାଗି ଗାଡିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଜଳି ଯାଇଛି । ତେବେ କାରରେ ବସିଥିବା ଯାତ୍ରୀମାନେ ଏହି ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନାଯୋଗ୍ୟ, OR-05AQ-3443 ନମ୍ବର ବିଶିଷ୍ଟ କାରଟି ଝାଡ଼ଖଣ୍ଡ ଅଞ୍ଚଳରୁ ରାଉରକେଲା ଅଭିମୁଖେ ଯାଉଥିବା ସମୟରେ ପାନପୋଷ ଛକ ନିକଟରେ ହଠାତ୍ କାରର ଇଞ୍ଜିନରୁ ଧୂଆଁ ବାହାରି ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିବା ସହ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ହେଲେ କାରର ସମ୍ମୁଖ ଭାଗ ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି ।

ABOUT THE AUTHOR

...view details