ପିପିଲିକୁ ଗଡିଲା ‘ମୋ ବସ୍’ - mo bus
ଭୁବନେଶ୍ବର: ଅପେକ୍ଷାର ଘଟିଲା ଅନ୍ତ । ପିପିଲିକୁ ଗଡିଲା ‘ମୋ ବସ୍’ । ମାଷ୍ଟରକ୍ୟାଣ୍ଟିନର ‘ମୋ ବସ’ ଡିପୋରୁ 33 ନମ୍ବର ରୁଟ୍ରେ ଗୁରୁବାର ବସ୍ ଗଡିଛି । ସକାଳ 7ଟା 15ରେ ପିପିଲି ଅଭିମୁଖେ ପ୍ରଥମ ‘ମୋ ବସ’ ଯାଇଛି । ପ୍ରଥମେ ବସ୍ କର୍ମଚାରୀ ନଡିଆ ବାଡେଇ ପୂଜା କରିବା ପରେ ଅଳ୍ପ ସଂଖ୍ୟକ ଯାତ୍ରୀଙ୍କୁ ନେଇ ‘ମୋ ବସ୍’ ଯାତ୍ରା ଆରମ୍ଭ କରିଛି । ସେହିପରି ପିପିଲିରେ 8.10ରେ ପହଞ୍ଚି ସେଠାରୁ 8.30ରେ ଭୁବନେଶ୍ବର ଅଭିମୁଖେ ବାହାରିବ ବୋଲି ଜଣାପଡିଛି । ତେବେ ଆଜି 4ଟି ମୋ ବସ 33 ନମ୍ବର ରୁଟ୍ରେ ଗଡିବ । ଆଗାମୀ ଦିନରେ ଆବଶ୍ୟକତାକୁ ଲକ୍ଷ୍ୟ କରି ଅଧିକ ବସ୍ ଚାଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।