ନାବାଳିକା ଗଣଦୁଷ୍କର୍ମ ଘଟଣା: ଶୁଣାଣିବେଳେ ଅନୁପସ୍ଥିତ ରହିଲେ ଘରୋଇ ଚ୍ୟାନେଲ ଏମଡି, ଆସନ୍ତା ସପ୍ତାହରେ ଯିବ ସମନ - mahila commission bhubaneswar
ଭୁବନେଶ୍ବର: ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଶୁଣାଣିବେଳେ ଅନୁପସ୍ଥିତ ରହିଲେ । ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ସୋମବାର ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ଘରୋଇ ଟିଭି ଚ୍ୟାନେଲର ଏମଡି । ହାଜର ହେଲେ କିନ୍ତୁ ଶୁଣାଣିବେଳେ ଅନୁପସ୍ଥିତ ରହିଲେ । ତେଣୁ ଆସନ୍ତା ସପ୍ତାହରେ ଡିସିପିଙ୍କ ଜରିଆରେ ଏମଡିଙ୍କୁ ସମନ କରାଯିବ ବୋଲି ଜଣାପଡିଛି । ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଘରୋଇ ଟିଭି ଚ୍ୟାନେଲର ଏମଡି ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି କିନ୍ତୁ ଶୁଣାଣି ପୂର୍ବରୁ ଅନୁପସ୍ଥିତ ରହିଛନ୍ତି । ତେବେ ଜରୁରୀ କାର୍ଯ୍ୟ ରହିଥିବାରୁ ସେ ଲିଖିତ ଭାବରେ ଜବାବ ଦାଖଲ କରି ଚାଲିଯାଇଛନ୍ତି । ଏହାକୁ ନେଇ ମହିଳା କମିଶନ ଉକ୍ତ ଏମଡିଙ୍କୁ ଡିସିପିଙ୍କ ମାଧ୍ୟମରେ ପୁଣି ଥରେ ଆସନ୍ତା ସପ୍ତାହରେ ସମନ କରାଯିବ ବୋଲି ମହିଳା କମିଶନ ମିନତୀ ବେହେରା କହିଛନ୍ତି । ଏହା ସହ ଯଦି ପ୍ରଥମ ଦିନରେ ହଜାର ହୋଇଥିଲେ ସତ କିନ୍ତୁ ଶୁଣାଣି ବେଳେ ଚାଲିଯାଇଥିଲେ ସେଥିପାଇଁ ଡିସିପିଙ୍କୁ କୁହାଯାଇଛି। ଏହାକୁ ନେଇ ତଦନ୍ତରେ ଯିଏ ଆସିବେ ତାଙ୍କୁ ପଚରାଉଚରା କରାଯିବ ବୋଲି କହିଛନ୍ତି। ଘରୋଇ ଟିଭି ଚ୍ୟାନେଲର ଏମଡି ପ୍ରେସ ରିଲିଜରେ ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ଏବଂ ପ୍ରମାଣ ମିଳିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି ।