ମୟୂରଭଞ୍ଜରେ କଡାକଡି ସଟଡାଉନ: ବିଭିନ୍ନ ଛକରେ ପଇଁତରା ମାରୁଛି ପୋଲିସ - ବିଭିନ୍ନ ଛକରେ ପଇଁତରା ମାରୁଛି ପୋଲିସ
ବାରିପଦା: ମୟୁରଭଞ୍ଜରେ ହୁ ହୁ ବଢିବାରେ ଲାଗିଛି କୋଭିଡ ମାମଲା । ଜିଲ୍ଲାରେ କୋରୋନ ଆକ୍ରାନ୍ତଙ୍କ ସଂଖ୍ୟା 454 ରେ ପହଞ୍ଚିଥିବା ବେଳେ 306 ଜଣ ସୁସ୍ଥ ହୋଇଛନ୍ତି । 148 ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି । ସଂକ୍ରମଣ ରୋକିବାକୁ ଜିଲ୍ଲାରେ ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି ସରକାର । ତେବେ ଜୁଲାଇ ମାସର ତୃତୀୟ ସପ୍ତାହ ତୃତୀୟ ରବିବାର ଜିଲ୍ଲାରେ ସଟଡାଉନ କଡାକଡି ପାଳନ କରାଯାଉଛି। ବିଭିନ୍ନ ସ୍ଥାନରେ ଚେକିଂକୁ ପୋଲିସ ପକ୍ଷରୁ ଜୋରଦାର କରାଯାଉଛି। ଏପରିକି ନିୟମ ମାନୁ ନ ଥିବା ଲୋକଙ୍କ ଠାରୁ ମୋଟାଅଙ୍କର ଫାଇନ ମଧ୍ୟ କଟାଯାଉଛି । ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା। ମୟୁରଭଞ୍ଜରୁ ମତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ