ଓଡିଶା

odisha

By

Published : Oct 15, 2020, 12:52 PM IST

ETV Bharat / videos

ମାସ୍କ ଦୁର୍ନୀତିର ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ଖୋର୍ଦ୍ଧା: ପରିବା ଦରଦାମ ବୃଦ୍ଧି, କେନ୍ଦ୍ର ସରକାର ଆଣିଥିବା ନୂତନ କୃଷି ଆଇନକୁ ବିରୋଧ, କୋରୋନାରେ ଦୁର୍ନୀତି ଆଦି ପ୍ରସଙ୍ଗକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସାମ୍ନାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ । ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ବରେ ଚାଷୀମାନେ ଏକାଠି ହୋଇ ଅଭିନବ ଉପାୟରେ ସମାବେଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ କୋରୋନାରେ ଦୁର୍ନୀତି, କେନ୍ଦ୍ରର କୃଷି ବିଲ ଓ କଟକରେ ନାବାଳିକା ଦୁଷ୍କର୍ମକୁ ନେଇ ବର୍ଷିଛନ୍ତି ସୁର ରାଉତରାୟ । ଆଗକୁ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି । ଏହାସହ ଶୋଭାଯାତ୍ରାରେ ଆସି ଏନେଇ ସେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details