ଓଡିଶା

odisha

By

Published : Oct 8, 2019, 9:17 PM IST

ETV Bharat / videos

ମା'ଙ୍କ ବିଦାୟ ପୂର୍ବରୁ ସିନ୍ଦୁର ଖେଳିଲେ ସଧବା ମହିଳା

ବାଲେଶ୍ବର: ପବିତ୍ର ବିଜୟା ଦଶମୀରେ ବିଭିନ୍ନ ପୂଜା ମଣ୍ଡପରେ ସଧବା ମହିଳାମାନେ ସିନ୍ଦୁର ଖେଳିଛନ୍ତି । ବଙ୍ଗୀୟ ପରମ୍ପରାରେ ଯେମିତି ସଧବା ମହିଳାମାନେ ପରସ୍ପରକୁ ସିନ୍ଦୁର ଲଗାଇ ଖୁସି ମନାଇଥାନ୍ତି ସେମିତି ବାଲେଶ୍ବରରେ ମହିଳାମାନେ ଆନନ୍ଦ ଓ ଉତ୍ସାହର ସହ ସିନ୍ଦୁର ଖେଳ ଖେଳୁଥିବାର ଦେଖିବାକୁ ମିଳିଛି । ପରମ୍ପରା ଅନୁଯାୟୀ ଝିଅ ବାହାଘରରେ ଯେମିତି ମନଦୁଃଖ ଥାଏ ଏବଂ ଖୁସି ବି ଥାଏ, ସେମିତି ମା' ଦୁର୍ଗାଙ୍କ ଆଗମନକୁ ନେଇ ଖୁସିର ମାହୋଲ ଥିବାବେଳେ ଥିଲା ତାଙ୍କ ବିଦାୟରେ ଦୁଃଖ ଥିବା କହିଛନ୍ତି ମହିଳା । ତେବେ ଏ ସିନ୍ଦୁର ଖେଳ ସମ୍ପର୍କରେ ମହିଳାଙ୍କ ସହ ମଣ୍ଡପରେ ଆମ ସମ୍ବାଦଦାତା ଅଧିକ ଆଲୋଚନା କରିଥିଲେ । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details