ବିପଦରେ ରାଜ୍ୟର ବଡ ନଦୀ, ଲୋଡୁଛି ସ୍ବଚ୍ଛତା - mahanadi
ସମ୍ବଲପୁର: ଉତ୍କଟ ହେଉଛି ମହାନଦୀ ଜଳ ପ୍ରଦୂଷଣ । ଜହର ପାଲଟିଛି ଓଡିଶାର ଜୀବନ ରେଖା। ପାନୀୟ ଜଳର ଚାହିଦା ମେଣ୍ଟାଉଥିବା ଏହି ମହାନଦୀରେ ଜମୁଛି ବର୍ଜ୍ୟବସ୍ତୁ । ଫଳରେ ପାନୀୟ ଜଳ ସାଙ୍ଗରେ ପ୍ରଭାବିତ ହେଉଛି ଜୀବନ ଜୀବିକା । ଆଉ ବିପଦରେ ଜନ-ଜୀବନ । ମଣିଷ ତ ମଣିଷ ପଶୁପକ୍ଷୀ ପାଇଁ ଉପଯୋଗୀ ନୁହେଁ ମହାନଦୀର ଜଳ ।