ETV Bharat Odisha

ଓଡିଶା

odisha

video thumbnail

ETV Bharat / videos

ଜାଣନ୍ତୁ ତ୍ରିବିକ୍ରମ ବେଶର ମହତ୍ତ୍ୱ - ଚତୁର୍ଦ୍ଧାମୂର୍ତ୍ତିଙ୍କ ତ୍ରିବିକ୍ରମ ବେଶ

author img

By

Published : Nov 28, 2020, 4:50 PM IST

ପୁରୀ: ଆଜି(ଶନିବାର) ଚତୁର୍ଦ୍ଧାମୂର୍ତ୍ତିଙ୍କ ତ୍ରିବିକ୍ରମ ବେଶ । କାର୍ତ୍ତିକମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ । ଏହି ଦିନ ପ୍ରାତଃ ସମୟରେ ଶ୍ରୀଜୀଉଙ୍କ ଅବକାଶ ନୀତି ଶେଷହେବା ପରେ ବେଶ ଆରମ୍ଭ ହୋଇଥାଏ । ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଥାନ୍ତି । ଆଡ଼କିଆ ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଇଥାଏ । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ । ଏହି ଚୂଳରେ ସ୍ବର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ । ତେବେ ଏହି ବିଶେଷ ବେଶ ନେଇ ସମ୍ପୂର୍ଣ୍ଣ ବିବରଣୀ ଦେଉଛନ୍ତି ଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ରଞ୍ଜନ ପଣ୍ଡା । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details