ଓଡିଶା

odisha

ETV Bharat / videos

କଟକଣା କଡାକଡି ନହେଲେ ଫଳପ୍ରଦ ହେବନି ଲକଡାଉନ: ସ୍ବାସ୍ଥ୍ୟ ବିଶେଷଜ୍ଞ - ସ୍ବାସ୍ଥ୍ୟ ବିଶେଷଜ୍ଞ

By

Published : May 18, 2021, 1:36 PM IST

ଭୁବନେଶ୍ବର: ଆସନ୍ତାକାଲି(ବୁଧବାର) ରାଜ୍ୟରେ 14 ଦିନିଆ ଲକଡାଉନର ଶେଷ ଦିନ । କିନ୍ତୁ ସଂକ୍ରମଣରେ ଲାଗିନାହିଁ ବ୍ରେକ । ରାଜ୍ୟରେ ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ରହୁଛି ସଂକ୍ରମଣ ହାର। ଲଗାତାର ଭାବରେ ସଂକ୍ରମଣ ସର୍ବାଧିକ 35 ପ୍ରତିଶତ ସଂକ୍ରମଣ ହାର ରେକର୍ଡ କରିଛି ଖୋର୍ଦ୍ଧା ଜିଲ୍ଲା । ଯଦି ଏଭଳି ଭାବରେ ସଂକ୍ରମଣ ହାର ରୁହେ ତେବେ ଆଗକୁ ଦିଲ୍ଲୀ ଭଳି ପରିସ୍ଥିତି ସୃଷ୍ଟି ହେବ। ଏବେ ମଧ୍ୟ ରାତିରେ ଘରୋଇ ହସ୍ପିଟାଲରେ ଶଯ୍ୟା ମିଳୁନାହିଁ। ସେଥିପାଇଁ ବିଶେଷ କରି ଲାକଡାଉନ ବୃଦ୍ଧି କରାଯିବା ସହ କଟକଣାକୁ ଆହୁରି ଜୋରଦାର କରିବାକୁ ଆବଶ୍ୟକତା ରହିଛି। ଏଣୁ ରାଜ୍ୟରେ ଲକଡାଉନ କଟକଣାକୁ କଡାକଡି କରାନଗଲେ ଏହା ଫଳପ୍ରଦ ହେବ ନାହିଁ ବୋଲି ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି । ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details