ଗରିବଙ୍କୁ ଲକଡାଉନ ବୋଝ, ରନ୍ଧା ଖାଦ୍ୟ ମିଳୁନଥିବା ଅଭିଯୋଗ
ସମ୍ବଲପୁର: ଜିଲ୍ଲାର ମାନେଶ୍ବର ବ୍ଲକସ୍ଥିତ ତବଲା ଗ୍ରାମରେ ଲକଡାଉନ ବଢାଇଛି ଗରିବ ଲୋକଙ୍କ ସମସ୍ୟା । ମୁଖ୍ୟତଃ ଶ୍ରମିକ ଶ୍ରେଣୀର ଲୋକେ ବର୍ତ୍ତମାନ ନିଜର ରୋଜଗାର ଓ ଜୀବିକା ହରାଇଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ଯୋଗା ଯାଉଥିବା ରନ୍ଧା ଖାଦ୍ୟ ସେମାନଙ୍କୁ ମିଳୁନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମିଳୁଥିବା ପିଡିଏସ ଚାଉଳ ପରିବାରକୁ ଅଣ୍ଟୁ ନାହିଁ ବୋଲି ମଧ୍ୟ ଲୋକେ କହିଛନ୍ତି । ଘଟଣାରେ ପ୍ରତିକ୍ରିୟା ଦେଇ ବିଡିଓ ଚିନ୍ମୟୀ କୁଅଁର କହିଛନ୍ତି କି ସମ୍ପୃକ୍ତ ପଞ୍ଚାୟତରେ ମୋଟ 52 ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ଏଥିସହ ପିଡିଏସ ଚାଉଳ ପାଉଥିବା ବ୍ୟକ୍ତିମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା ନଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ