ଲକଡାଉନରେ ପୋଲିସର ଚେକଂ ଓ ବ୍ଲକିଂ - ଲକଡାଉନରେ ପୋଲିସର ଚେକଂ ଓ ବ୍ଲକିଂ
ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଏନଏଚ ୨୦ ଜରଦା ଛକ ତନଖି ଫାଟକ ଠାରେ ପୋଲିସର ଜୋରଦାର ଚେକିଂ। ରାମଚନ୍ଦ୍ରପୁର ଥାନା ଇନ୍ସପେକ୍ଟର ବନ୍ଦନା ପାତ୍ରଙ୍କ ନେତୃତ୍ବରେ ସବ-ଇନ୍ସପେକ୍ଟର ଅଭିମନ୍ୟୁ ଦାସ ଓ ଅନ୍ୟ ପୋଲିସ କର୍ମଚାରୀ ସହିତ ସରକାରଙ୍କ ଲକଡାଉନ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ଯାଇ ଚେକିଂ ଜୋରଦାର କରାଯାଇଛି। ଆଜି ଲକଡ଼ାଉନର ପ୍ରଥମ ଦିନରେ ଅମାନିଆ ବାଇକଚାଳକଙ୍କୁ ବୁଝାସୁଝା କରି ଘରକୁ ଫେରାଇ ଦେବା ସହିତ ଅତି ଜରୁରୀ କାମ ନଥିଲେ ଘରୁ ବାହାରକୁ ନଆସିବା ପାଇଁ ପରାମର୍ଶ ଦେଉଛନ୍ତି । ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ,ଇଟିଭି ଭାରତ